ସାଉଥର ଲୋକପ୍ରିୟ ସ୍କ୍ରିଫ୍ଟ ରାଇଟର ଶ୍ରୀ ବାଲାମୁରୁଗନଙ୍କ ଦେହାନ୍ତ, ଇଣ୍ଡଷ୍ଟ୍ରିରେ ଶୋକର ଛାୟା

Published By : Prameya-News7 Bureau | January 16, 2023 IST

ମୁମ୍ଵାଇ ୧୬।୦୧: ଲୋକପ୍ରିୟ ତାମିଲ-ତେଲୁଗୁ ସ୍କ୍ରିନ୍ ରାଇଟର ଶ୍ରୀ ବାଲାମୁରୁଗନଙ୍କ ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ ଦେଇଛନ୍ତି। ବୟସ ବୃଦ୍ଧି ସହ ଅନେକ ରୋଗରେ ପୀଡିତ ଥିଲେ। ପିତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରି ବାଲାମୁରୁଗନଙ୍କ ପୁଅ ଭୁପତି ରାଜା ଏକ ନ୍ୟୁଜ ପୋର୍ଟାଲକୁ କହିଛନ୍ତି ଯେ ରବିବାର ଦିନ ସକାଳ ୮.୪୫ରେ ଲେଖକଙ୍କର ଦେହାନ୍ତ ହୋଇଛି। ସେ ଗତ କିଛି ବର୍ଷ ଧରି ଅସୁସ୍ଥ ହୋଇପଡିଥିଲେ।

wp:html /wp:html

ବାଲାମୁରୁଗନ୍ 'ଧର୍ମଦଥା', 'ଅଲୁମଗଲୁ', 'ସବାସଗାଲୁ' ଏବଂ 'ଜୀୱନ୍ ତରଙ୍ଗଲୁ' ପରି ଅନେକ ସୁପରହିଟ୍ ଚଳଚ୍ଚିତ୍ରର ଲେଖକ ଭାବରେ କାର୍ଯ୍ୟ କରିଛନ୍ତି। ସେ ଗୀତା ଆର୍ଟସର ଡେବ୍ୟୁ ଚଳଚ୍ଚିତ୍ର 'ବନ୍ତରେଟୁ ଭର୍ଯ୍ୟା'ର କାହାଣୀରେ ମଧ୍ୟ ସହଯୋଗ କରିଛନ୍ତି। ସେ ଶୋଭ ବାବୁଙ୍କ ଅଭିନୀତ ସୋଗଗଡୁର ଲେଖକ ମଧ୍ୟ ଥିଲେ । ଯାହା ସେହି ସମୟର ଏକ ବଡ଼ ବ୍ଲକବଷ୍ଟର ପାଲଟିଥିଲା।

ବାଲାମୁରୁଗାନ୍ ଅନେକ ତାମିଲ କଳାକାରଙ୍କ ପାଇଁ କାହାଣୀ ମଧ୍ୟ ଲେଖିଛନ୍ତି । ସେ ପ୍ରାୟ ୩୦ ରୁ ୪୦ ଟି ଚଳଚ୍ଚିତ୍ର ଲେଖିବା ପାଇଁ ସିଭାଜୀ ଗଣେଶନଙ୍କ ସହ ସହଯୋଗ କରିଥିଲେ। ତାଙ୍କ ଦେହାନ୍ତ ଖବର ଶୁଣି ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିମାନେ ସମବେଦନା ଜଣାଇବା ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.